Categories: ଜାତୀୟ

ଜମାଟୋରେ ଅର୍ଡର କଲେ ରୋଲ୍‌: ଆକାଉଣ୍ଟରୁ କଟିଗଲା ୯୧ହଜାର ଟଙ୍କା

ନୂଆଦିଲ୍ଲୀ,୧୧।୧୨: ଜମାଟୋକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ଦିଲ୍ଲୀ ଗାଜିଆବାଦରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି। ଜମାଟୋରୁ ଆସିଥିବା ଏକ ଫୋନ ଯୋଗୁ ଜଣେ ଇଞ୍ଜିନିୟରଂ ଛାତ୍ର ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରାମପ୍ରସ୍ଥ କଲୋନୀରେ ରହୁଥିବା ଇଞ୍ଜିନିୟରିଂ ଛାତ୍ର ସିଦ୍ଧାର୍ଥ ବନସଲ୍‌ ଜମାଟୋରେ ରୋଲ ଓ ରୁମାଲି ରୁଟି ଅର୍ଡର କରିଥିଲେ। ଏହାପରେ ଜମାଟୋରୁ ଟଙ୍କା ଫେରସ୍ତ ପାଇଁ କହି ଜଣେ ବ୍ୟକ୍ତି ସିଦ୍ଧାର୍ଥଙ୍କଠାରୁ ତାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ମାଗିଥିଲେ। ସିଦ୍ଧାର୍ଥ ତଥ୍ୟ ସବୁ ଦେବାର କିଛି ସମୟ ପରେ ଆକାଉଣ୍ଟରୁ ୭ଟି ଟ୍ରାଞ୍ଜାକ୍ସନରେ ୯୧ହଜାର ୧୯୬ ଟଙ୍କା କଟିଯାଇଥିଲା। ଯେତେବେଳେ ସେ ଫୋନରେ ମେସେଜ ଦେଖିଲେ ସେତେବେଳେ ସିଦ୍ଧାର୍ଥଙ୍କ ଆକାଉଣ୍ଟ ଖାଲି ହୋଇସାରିଥିଲା। ଏନେଇ ସ୍ଥାନୀୟ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି।

Share