ଜମାତ ନେତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା

ନୂଆଦିଲ୍ଲୀ,୧୭।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ତବ୍‌ଲିଘି ଜମାତ ନେତା ମୌଲାନା ସାଦ୍‌ କାନ୍ଦାଲ୍‌ଭି, ଟ୍ରଷ୍ଟ ସଦସ୍ୟଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ ପୋଲିସର ଏଫ୍‌ଆଇଆର୍‌କୁ ଆଧାର କରି ଏଭଳି କରାଯାଇଥିବା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଆପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି। ମାର୍ଚ୍ଚ ୩୧ରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ୍‌ ପକ୍ଷରୁ ଧର୍ମଗୁରୁଙ୍କୁ ମିଶାଇ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପ୍ରକାଶଥାଉ କି, କରୋନା କଟକଣା ନ ମାନି ତବ୍‌ଲିଘି ଜମାତ ଅନୁଗାମୀଙ୍କୁ ଏକତ୍ର କରିବା ଅପରାଧରେ ନିଜାମୁଦ୍ଦିନ ପୋଲିସ ଷ୍ଟେଶନର ଏସ୍‌ଏଚ୍‌ଓ ଆଣିଥିବା ଅଭିଯୋଗକୁ ଭିତ୍ତିକରି କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।

Share