ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା: ୫ ଗିରଫ

ଧାମନଗର, ୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଖପରପଦା ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୋଲିସ ଉଭୟ ପକ୍ଷରୁ ୫ ଜଣଙ୍କୁ ରବିବାର ଗିରଫ କରିଛି। ସେମାନେ ହେଲେ ଡମ୍ବରୁଧର ସେଠୀ, ସାବିତ୍ରୀ ସେଠୀ, ବିମଳା ସେଠୀ, ଦଶରଥ ସେଠୀ ଏବଂ ଗୌରୀ ସେଠୀ। ଗତ ୬ ତାରିଖରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ମାରପିଟ ହୋଇଥିଲା। ଗୋଟିଏ ପକ୍ଷରୁ ଗୌରୀ ସେଠୀଙ୍କ ଅଭିଯୋଗ କ୍ରମେ ଧୂଷୁରୀ ଥାନା ପୋଲିସ ଏକ ମାମଲା(ନଂ.୧୦୦/୧୯) ଓ ଅନ୍ୟପକ୍ଷର ଡମ୍ବରୁଧର ସେଠୀଙ୍କ ଅଭିଯୋଗ କ୍ରମେ ଅନ୍ୟ ଏକ ମାମଲା(ନଂ. ୧୦୧/୧୯) ରୁଜୁ କରିଥିଲା। ଥାନା ଏସ୍‌ଆଇ ବିଭୂତି ଭୂଷଣ ସ୍ବାଇଁ ଘଟଣାର ତଦନ୍ତ କରି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ରବିବାର ପୋଲିସ ଗୋଟିଏ ପକ୍ଷର ୩ ଓ ଅପରପକ୍ଷର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।