ଜମିପଟ୍ଟା ଦାବି, ଜିଲାପାଳ ଅଫିସରେ ଧାରଣା ଦେଲେ ଭୂମିହୀନ ମହିଳା

ବରଗଡ ଅଫିସ,୨।୧୨: ବରଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ୍‌ ନଂ-୧୯ ଅଧୀନ ବନ୍ଧପଡା, ତ୍ରିନାଥ ନଗର ନିବାସୀ ଭୂମିହୀନ ପରିବାରର ମହିଳାମାନେ ଜମିପଟ୍ଟା ଦାବି ନେଇ ସୋମବାର ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ। ଏନେଇ ସେମାନେ ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳ ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ନାରୀନେତ୍ରୀ ବାସମତୀ ବଳଛୋର, ମେରିୟନ ବାର୍ଲା, ସାମାଜିକ କର୍ମୀ ଭବାନୀ ସାହୁ, ରମେଶ ମହାପାତ୍ର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।

Share