Categories: ରାୟଗଡା

ଜମିବାଡ଼ିକୁ ନେଇ ଗଣ୍ଡଗୋଳ: ବଡ଼ଭାଇ ଆକ୍ରମଣରେ ସାନ ଭାଇ ମୃତ

କୋରାପୁଟ, ୮।୬(ସ୍ବ.ପ୍ର.): କୋରାପୁଟ ବ୍ଲକ ଦେଓଘାଟି ଗ୍ରାମରେ ଶୁକ୍ରବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜମିବାଡ଼ି ଓ ଧାନକୁ ନେଇ ୨ ଭାଇ ଲଳିତ ମୁଦୁଲି ଓ ସାନ ଭାଇ ଉଦ୍ଧବଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଳିତ ରାଗିଯାଇ ଏକ ଲୁହା ବର୍ଚ୍ଛାରେ ସାନ ଭାଇ ଉଦ୍ଧବଙ୍କୁ ଭୁଷି ଦେଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧବଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କୋରାପୁଟ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଲଳିତଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସମର୍ପିତା ସ୍ବାଇଁ ପ୍ରକାଶ କରିଛନ୍ତି।