Categories: ଗଞ୍ଜାମ

ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୫।୫(ଡି.ଏନ.ଏ.)- ଦିଗପହଣ୍ଡି ବଡ଼ଡୁମ୍ବୁଳା ଗ୍ରାମର ଚାଷୀ କାଶୀନାଥ ସେଠୀଙ୍କ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଅଂଶୁଘାତ ପ୍ରଭାବରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ କାଶୀନାଥ ଗଁା ନିକଟ ଜମିରେ ଚାଷକାମ କରିବାକୁ ଯାଇଥିଲେ। ସେହି ରାସ୍ତାଦେଇ ଗ୍ରାମର ଜଣେ ଗୋରୁ ଜଗୁଆଳୀ ସୀମାଞ୍ଚଳ ଗୌଡ଼ ଫେରୁଥିବା ବେଳେ କାଶୀନାଥ ଚାଷ ଜମିରେ ପଡ଼ି ମୃତ୍ୟୁବରଣ କରିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ମୃତଦେହ ଉଦ୍ଧାର କରିଥିଲେ। ମାତ୍ର ବ୍ୟବଚ୍ଛେଦ କରିବା ପରିବର୍ତ୍ତେ ପରିବାର ଲୋକେ ସନ୍ଧ୍ୟାରେ ଗଁା ଶ୍ମଶାନରେ ସଂସ୍କାର କରି ଦେଇଥିଲେ। ଏ ନେଇ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଘଟଣା ସମ୍ପର୍କରେ ତାଙ୍କ ନିକଟରେ କୌଣସି ରିପୋର୍ଟ ନ ଥିବା କହିବା ସହ ଅଂଶୁଘାତଜନିତ ମୃତ୍ୟୁକୁ ଅସ୍ବୀକାର କରିଛନ୍ତି।