ଜମିରେ ଧାନ କାଟୁଛନ୍ତି ଡାବୁଗାଁ ବିଧାୟକ

ନବରଙ୍ଗପୁର,୧୪୧୧(ବି.ପ୍ର.): ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ନିଜର ନିଅାରା କାଯର୍ୟ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ଏବେ ନବରଙ୍ଗପୁର ବ୍ଲକ ଅଧୀନ ପୂଜାରୀଗୁଡାସ୍ଥିତ ନିଜ ଚାଷଜମିରେ ସେ ଶ୍ରମିକମାନଙ୍କ ସହ ମିଶି ଧାନ କାଟୁଥିବା ଭିଡିଓ ଭାଇରାଲ ହୋଇଛି ନିଜେ ପ୍ରତ୍ୟେକ୍ଷ ଭାବରେ ରହି ଧାନ ଅମଳ କଲେ ଆତ୍ମସନ୍ତୋଷ ମିଳେ ବୋଲି ବିଧାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି l
ସୂଚନାନୁଯାୟୀ, ଗତ ଅଗଷ୍ଟ ମାସରେ ଉକ୍ତ ଜମିରେ ବିଧାୟକ ହଳ କରିଥତ୍ଲେ ପରେ ଧାନ ରୋଇବା, ହିଡ଼ ସଜାଡ଼ିବା, ଖତ ଦେବା ଅାଦି କାମ କରିଥତ୍ଲେ ଏବେ ଅମଳ ସମୟ ଆସିବାରୁ ନିଜେ ଶ୍ରମିକଙ୍କ ସହ ମିଶି ଧାନ କାଟୁଛନ୍ତି ସେ ଜିଲାର ଜଣେ ଆଗ ଧାଡ଼ିର ନେତା ହେବା ସହ ଜଣେ ଦକ୍ଷ ସଙ୍ଗଠକ ମଧ୍ୟ ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପାରମ୍ପରିକ ବେଉସା କରି କୌଣସି କାମ ଛୋଟ ନୁହଁ ବୋଲି ସେ ପ୍ରମାଣ କରିଛନ୍ତି ବାପା, ଜେଜେବାପାଙ୍କ ଅମଳରୁ ଏହି କାଯର୍ୟ ଚାଲିଛି ବାପାଙ୍କ ଦେହାନ୍ତ ପରେ ଚଳିତ ବର୍ଷରୁ ସବୁ ଜମିର ଦାୟିତ୍ୱ ନିଜ ଉପରକୁ ନେଇଥତ୍ବା ସେ କହିଛନ୍ତି ପ୍ରକାଶ ଯେ, ବିଧାୟକ ନିଜେ କୋଦାଳ ଧରି ରାସ୍ତା ସମତୁଲ କରିବା, ହଷ୍ଟେଲ ଓ ସ୍କୁଲକୁ ଯାଇ ରନ୍ଧାଖାଦ୍ୟର ମାନ ପରଖିବା, ଲୋକମାନଙ୍କୁ ମଶାରି ବାଣ୍ଟିବା, ଗର୍ଭବତୀଙ୍କୁ ଭାରରେ ବୋହିବା ଓ ଜମିରେ କାମ କରୁଥିବା ଶ୍ରମିକଙ୍କୁ ଜରି, ଶୁଖିଲା ଖାଦ୍ୟ  ଯୋଗାଇ ସେ ଚର୍ଚ୍ଚାରେ ରହି ଅସୁଥତ୍ଲେ