Categories: ଫୁରସତ

ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ ଚାଷଜମିକୁ ଯାଇଥିବାବେଳେ ଦୁର୍ଲଭ ନାଗସାପ ଦେଖିବାକୁ ପାଇଥିଲେ। ଏହି ସାପ ମୁଣ୍ଡରେ ମଣି ଥିବାରୁ ଏହା ଚିକ୍‌ଚିକ୍‌ କରୁଥିଲା। ଲୋକେ ଏହାକୁ ଚମତ୍କାର କହି ପୂଜା କରିବାରେ ଲାଗିଛନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ସ୍ଥାନୀୟ ଲୋକେ କୁହନ୍ତି, ଜମି ନିକଟରେ କୁକୁର ବାରମ୍ବାର ଭୁକିବାରେ ଲାଗିଲେ। କୁକୁରକୁ ଚୁପ୍‌ କରିବା ପାଇଁ ଲୋକେ ଚେଷ୍ଟା କରି ମଧ୍ୟ ପାରି ନ ଥିଲେ। ତେବେ କୁକୁରର ମାଲିକ ଘଟଣା ସମ୍ପର୍କରେ ଜାଣିବା ପାଇଁ ଚାହିଁବାରୁ ଜମିରେ ଏକ ସାପ ଦେଖିବାକୁ ପାଇଥିଲେ। ସାପ ମୁଣ୍ଡରେ ମଣି ଥିଲା, ଯେଉଁଥିପାଇଁ ଏଥିରୁ ଜ୍ୟୋତି ବାହାରୁଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିବା ସହ ପୂଜାର୍ଚ୍ଚନା କରାଯାଇଥିଲା।

Share