Categories: ଜାତୀୟ

ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ

ହାଇଦ୍ରାବାଦ୍‌,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ ଜମିକୁ ଅନ୍ୟ ଜଣକ ହାତରେ ଟେକି ଦିଆଯିବାକୁ ନେଇ ରଙ୍ଗା ରେଡ୍ଡୀ ଜିଲାର ଦୁଇ ଭାଇ ସତୈୟା ଏବଂ ଲିଙ୍ଗୈୟା ନ୍ୟାୟ ପାଇଁ ରାଜସ୍ବ ଅଧିକାରୀଙ୍କ ପାଦ ତଳେ ପଡିଯାଇଥିଲେ। ଦୀର୍ଘ ୮ ବର୍ଷ ହେଲା ଦୁଇ ଭାଇ ଜିଲାପାଳ ଅଫିସ୍‌ ଯାଇ ଯାଇ ଥକି ପଡିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳୁ ନ ଥିବା କହିଛନ୍ତି। ବାଧ୍ୟ ହୋଇ ସେମାନେ ରାଜସ୍ବ ଅଧିକାରୀଙ୍କ ଗୋଡ ଧରିଥିଲେ। କିନ୍ତୁ ସେ ଏହା ଶୁଣି ନ ଥିଲେ ଓଲଟା ଧମକ ଦେଇଥିଲେ ବୋଲି ସତୈୟା କହିଛନ୍ତି।

Share