Categories: ଗଞ୍ଜାମ

ଜମି ଦଖଲକୁ ନେଇ ଗ୍ରାମବାସୀ-ତହସିଲ ପ୍ରଶାସନ ମୁହଁ।ମୁହିଁ

ଧରାକୋଟ,୧।୭(ଡି.ଏନ.ଏ.)-ଧରାକୋଟ ତହସିଲ ପୁଟୁ ଗ୍ରାମବାସୀଙ୍କ ଅଧୀନରେ ରହିଥିବା ପୁଟୁ ମୌଜାର ଗୁହାରିଆ ପଡ଼ିଆର ୫ ଏକର ପରିତ୍ୟକ୍ତ ବେଦଖଲି ରୟତି କିସମରେ ରହିଥିବା ଜମିକୁ ନେଇ ଧରାକୋଟ ତହସିଲ ଓ ପୁଟୁ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। କେଉଁ ଆବାହମାନ କାଳରୁ ଗ୍ରାମବାସୀ ଏହି ଜମିକୁ ଗଁ। ଠାକୁରାଣୀ ଦେବୀ ଓ ମୁକ୍ତେଶ୍ୱର ସ୍ବାମୀଙ୍କ ସେବାରେ ଉପଯୋଗ କରି ଆସୁଥିଲେ । ଏହି ଜମିରୁ ଗତବଷର୍ର୍ ଅଞ୍ଚଳବାସୀଙ୍କ ସ୍ବାର୍ଥ ରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍‌ ବିଭାଗ ଗ୍ରୀଡ ପାଇଁ ଦୁଇ ଭରଣ ଜମି ଗ୍ରାମବାସୀଙ୍କ ସହମତିରେ ପ୍ରଦାନ କରାଯାଇଥିଲା। କିନ୍ତୁ ହଠାତ୍‌ ସରକାରୀ ନିର୍ଦ୍ଦେଶରେ ତହସିଲ ଅଧୀନରେ ଥିବା ସମସ୍ତ ସରକାରୀ ଜମିକୁ ଜବରଦଖଲ (ବେଆଇନ) ରକ୍ଷା କରିବାକୁ ନେଇ ତହସିଲଦାର ସୁରକ୍ଷା ପ୍ରାଚୀରର କାର୍ଯ୍ୟ ଆରମ୍ଭ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସୋମବାର ପୁଟୁ ଗ୍ରାମ୍ୟ ସଭାପତି ପଞ୍ଚାନନ ରାଉତ, ପୂର୍ବତନ ସଭାପତି ଉପେନ୍ଦ୍ର ବେହେରା, ସମାଜିକ କର୍ମୀ ଉମାକାନ୍ତ ପଣ୍ଡା, ପ୍ରମୋଦ ପଣ୍ଡା, ଉମାକାନ୍ତ ମୁନି, ରାମଚନ୍ଦ୍ର ପଣ୍ଡା, ମିଟିକ ସେଠୀ, କବିରାଜ ମୁନିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହାର ପୁନଃବିଚାର ପାଇଁ ତହସିଲଦାରଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ଶିବରାମ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ତହସିଲଦାର ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସମ୍ପ୍ରତି ସରକାର ସମସ୍ତ ତହସିଲ ଅଧୀନରେ ଥିବା ଜମିକୁ ସରକାରୀ କାର୍ଯ୍ୟରେ ନିୟୋଜନ ନିର୍ଦ୍ଦେଶନାମା ମିଳିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଥିଲେ। ସେହି ଜମିରେ ଗ୍ରାମବାସୀଙ୍କ ଅଗୋଚରରେ ଯଦି କିଛି ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ ତା’ହେଲେ ଯେଉଁ ପରିସ୍ଥିତି ଉପୁଜିବ ସେଥିପାଇଁ କର୍ତ୍ତୃପକ୍ଷ ଦାୟି ରହିବେ ବୋଲି ଲୋକେ କହିଥିଲେ।