Categories: ଜାତୀୟ

ଜମି ଦୁର୍ନୀତି ମାମଲା: ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ହୁଡ୍ଡା

ଚଣ୍ଡିଗଡ଼,୩୦।୧୦: ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ସିଂ ହୁଡ୍ଡାଙ୍କୁ ପଞ୍ଚକୁଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି। ତାଙ୍କ ନାମରେ ଥିବା ଜମି ଦୁର୍ନୀତି ମାମଲାର ବିଚାର ଲାଗି ସେ କୋର୍ଟରେ ହାଜର ହୋଇଛନ୍ତି। ଆଞ୍ଜେଲ୍‌ ଫ୍ଲାଟ୍‌ ଆବଣ୍ଟନ ଏବଂ ମାନେସର ଜମି ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା। ଏହାର ଶୁଣାଣି ପାଇଁ ହୁଡ୍ଡାଙ୍କୁ ହାଜର କରାଯାଇଥିବା ଇଡି ପକ୍ଷରୁ ସୂଚନା ଦିଆଯାଇଛି।

Share