ଜମି ଦେବାକୁ କହି ୧୬ ଲକ୍ଷ ଟଙ୍କା ଠକେଇ: ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ଗିରଫ

ଭୁବନେଶ୍ୱର,୨୪ା୬(ବ୍ୟୁରୋ): ଜମି ଦେବାକୁ କହି ୧୬ ଲକ୍ଷ ୮୦ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ସାଇନାଥ ଇନ୍‌ଫ୍ରାଟେକ୍‌ ବିଲ୍ଡର ସଂସ୍ଥାର ମୁଖ୍ୟଙ୍କୁ ଗିରଫ କରିଛି। ସେ ହେଲେ ଚନ୍ଦ୍ରଶେଖରପୁର ଓଏସ୍‌ଏଚ୍‌ଜି କଲୋନୀ ପ୍ଲଟ ନଂ-ଏଚ୍‌ଆଇଜି ୧୭/୧ରେ ରହୁଥିବା ଉପେନ୍ଦ୍ର କୁମାର ସେନାପତି (୪୦)। ତାଙ୍କ ବିରୋଧରେ ଥାନାରେ ପୋଲିସ କେସ୍‌ ନଂ-୬୩୧/୧୯ ଦଫା ୪୨୦ ରୁଜୁ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଉପେନ୍ଦ୍ର ୨୦୧୪ରେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ଏନ୍‌-୪ରେ ସାଇନାଥ ଇନ୍‌ଫ୍ରାଟେକ୍‌ ନାମକ ଏକ ବିଲ୍ଡର ସଂସ୍ଥା ଖୋଲିଥିଲେ। ଏହି ସଂସ୍ଥା ସୁଲଭ ମୂଲ୍ୟରେ ଜମି ଯୋଗାଇ ଦେବା ପାଇଁ ଲୋଭନୀୟ ବିଜ୍ଞାପନ ଦେଇଥିଲେ। ମଞ୍ଚେଶ୍ୱର ଇଡକୋ କଲୋନୀର ହରିହର ପଟ୍ଟନାୟକ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଏହି ସଂସ୍ଥା ବାଲିଅନ୍ତାରେ ଏକ ଜମି ଦେବାକୁ କହି ୨୦୧୫ ମସିହାରେ ହରିହରଙ୍କଠାରୁ ୧୬ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ଏହାପରେ ସମ୍ପୃକ୍ତ ସଂସ୍ଥା ଚୁକ୍ତି ଅନୁଯାୟୀ ଜମି ଯୋଗାଇ ନ ଥିଲେ। ଏନେଇ ୨୦୧୯ ଡିସେମ୍ବର ୧ରେ ହରିହର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରିବା ପରେ ବିଲ୍ଡର ଉପେନ୍ଦ୍ର ଫେରାର ହୋଇଯାଇଥିଲେ। ଦୀର୍ଘଦିନ ପରେ ସୋମବାର ଉପେନ୍ଦ୍ର ଚନ୍ଦ୍ରଶେଖରପୁରସ୍ଥିତ ଘରେ ଲୁଚିଥିବା ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର: ବିଜେଡି କଲା ସ୍ବାଗତ

ଭୁବନେଶ୍ୱର,୧୮।୩: ବହୁ ଚର୍ଚ୍ଚିତ ନବଦାସ ହତ୍ୟାକାଣ୍ଡ ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ ବିଜେଡିର ପ୍ରତିକ୍ରିୟା ଦେଇଛି। ବିଜେଡି କହିଛି, ପୂର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ...

ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଧରି ସ୍ବାମୀ ଫେରାର, ଥାନାରେ ଅଭିଯୋଗ କରି ସ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୩: ସ୍ବାାମୀ ଫେରାର ନେଇ ଥାନାରେ ଅଭିଯୋଗ କଲେ ସ୍ତ୍ରୀ। ଭୁବନେଶ୍ୱର ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ବାମୀ ଗତ ୧୬ ତାରିଖରୁ...

ଆସୁଛି ବଡ଼ ବର୍ଷା: ଏହି ସବୁ ଜିଲାରେ ପ୍ରବଳ ଛେଚିବ, ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୮।୩: ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ...

ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ: ବୟାନ ରେକର୍ଡ କରାଯାଇଛି

ଭୁବନେଶ୍ୱର,୧୮।୩: ନବ ଦାସ ହତ୍ୟା ଘଟଣାରେ ସାନି ତଦନ୍ତ ଆରମ୍ଭ ହୋଇଛି। ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ଗୃହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ...

UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ: ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର,୧୮।୩: ନୂଆ UGC ନୀତିକୁ ଛାତ୍ର କଂଗ୍ରେସ ବିରୋଧ କରିଛି। ଏହାକୁ ନେଇ ମଙ୍ଗଳବାର ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି। ଛାତ୍ର...

‘ମନ୍ତ୍ରୀ ହେବା ଲୋକ ଗୋପରେ ବଢୁଛି’, ଭାଜପା ସରକାରଙ୍କୁ ଏମିତି କାହିଁକି କହିଲେ ପ୍ରମିଳା

ଭୁବନେଶ୍ୱର,୧୮।୩: ସରକାରଙ୍କୁ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନିଶାନା। ପ୍ରମିଳା କହିଛନ୍ତି,ଭାଜପା ବିଧାୟକ ମନ୍ତ୍ରୀଙ୍କୁ ମାନୁ ନାହାନ୍ତି। ଏବେକା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବି ମାନୁ ନାହାନ୍ତି।କିଛି ବିଧାୟକ...

ଜଙ୍ଗଲରେ ମାତିଛନ୍ତି ଶିକାରୀ ରାଜ୍ୟରେ ୩ ବର୍ଷରେ …

ଭୁବନେଶ୍ୱର,,୧୮।୩: ଜଙ୍ଗଲରେ ମାତିଛନ୍ତି ଶିକାରୀ । ରାଜ୍ୟରେ ୩ ବର୍ଷରେ ୧୪ ବାଘ ଶିକାର। ଏଥି ମଧ୍ୟରୁ ୨ଟି ମହାବଳ ଓ ୧୨ଟି କଲରାପତରିଆ ବାଘ...

‘ଆମା ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ୯୦,୬୨୪ ପ୍ରକଳ୍ପକୁ ମିଳିଛି ଅନୁମୋଦନ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର, ୧୮।୩: ‘ଆମା ଓଡ଼ିଶା ନବୀନ ଓଡ଼ିଶା’ (AONO) ଯୋଜନାରେ ପ୍ରାୟ ୨୫,୦୦୦ ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହେବାକୁ ବାକି ଅଛି। ଓଡ଼ିଶା ପଞ୍ଚାୟତିରାଜ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image