ଜମି ବିବାଦକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୭ ଗିରଫ, ଜଣେ ଗୁରୁତର

କୁଜଙ୍ଗ,୧୨ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଫତେପୁର ଗ୍ରାମରେ ଜମି ବିବାଦକୁ କେନ୍ଦ୍ରକରି ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଉଭୟ ପକ୍ଷରୁ ୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁସାରେ, ବୁଧବାର ଭୋର ସମୟରେ ଗ୍ରାମର ବେଙ୍ଗ ମଲିକ ଓ ତାଙ୍କ ସ୍ବାମୀ ଧନୁଙ୍କ ସହ ସେହି ଗ୍ରାମର ରମେଶ ମଲିକ, ବିକ୍ରମ ମଲିକ, ବିନୋଦ ମଲିକ, ଜ୍ୟୋସ୍ନା ମଲିକ, ନୟନା ମଲିକ, ପମି ମଲିକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଉଭୟ ପକ୍ଷ ଆହତ ହୋଇ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏ ସମ୍ପର୍କରେ ଧନୁଙ୍କ ସ୍ତ୍ରୀ ବେଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ରମେଶ, ବିକ୍ରମ, ବିନୋଦ, ଜ୍ୟୋସ୍ନା ଓ ନୟନାଙ୍କ ନାମରେ ଦଫା ୧୪୭, ୧୪୮, ୨୯୪, ୫୦୬, ୩୦୭, ୩୨୩, ୩୨୫, ୩୫୪(ଖ), ୧୪୯ ଆଇପିସିରେ ମାମଲା ସଂଖ୍ୟା ୭୯/୨୦ ରୁଜୁ କରିଥିଲା। ଅପରପକ୍ଷରେ ହାଡ଼ିବନ୍ଧୁଙ୍କ ସ୍ତ୍ରୀ ପମି ଧନୁ ଓ ଅନ୍ୟ ୧୩ଜଣଙ୍କ ନାମରେ ପାଲଟା ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କ ଅଭିଯୋଗ ଆଧରରେ ଦଫା ୧୪୭, ୧୪୮, ୪୪୮, ୪୨୭, ୩୦୭, ୩୨୫, ୩୫୪(କ), ୩୭୯, ୨୯୪, ୫୦୬, ୧୪୯ ଆଇପିସିରେ ମାମାଲା ସଂଖ୍ୟା ୮୦/୨୦ ରୁଜୁ କରିଛି। ପମିଙ୍କ ଅଭିଯୋଗ ଆଧାରରେ ଦିଲୀପ, କବିନ୍ଦ୍ର, ରିନା, କାଳିଆ ଓ ବେଙ୍ଗଙ୍କୁ ଗିରଫ କରାଯାଇଛି। ବେଙ୍ଗଙ୍କ ଅଭିଯୋଗ ଆଧାରରେ ପମି ଓ ତାଙ୍କ ସ୍ବାମୀ ହାଡିବନ୍ଧୁଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କ ସମାଗଳ ଉପକାରାଗାରକୁ ପଠାଇ ଦିଆଯାଇଛି। ରମେଶଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ପଠାଯାଇଛି।

Share