ଜମୁଛି ନବରାତ୍ର ଉତ୍ସବ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ଦଶହରା ଧୁମ୍‌। ନବରାତ୍ର ଉତ୍ସବ ଏବେ ସାଜିଛି ପୂଜାର ଅନ୍ୟତମ ଆକର୍ଷଣ। ଗତ ରବିବାରଠାରୁ ନବରାତ୍ର ଉତ୍ସବ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ୬ଷ୍ଠ ଦିବସରେ ମା’ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁଜରାଟି ସମାଜ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନବରାତ୍ରକୁ ରାଜଧାନୀେରେ ମହାଆଡ଼ମ୍ବରରେ ପାଳନ କରାଯାଉଛି।
ନବରାତ୍ର ଉପଲକ୍ଷେ ଗୁଜରାଟି ସମାଜ ମନ୍ଦିରଗୁଡିକରେ ସ୍ବତନ୍ତ୍ର ଆୟୋଜନମାନ କରାଯାଇଛି। ଶୁକ୍ରବାର ମା’ଙ୍କ ସରସ୍ବତୀ ରୂପକୁ ଶ୍ରଦ୍ଧାଳୁମାନେ ପୂଜା କରିଥିବାବେଳେ ଛୋଟ ଛୋଟ ପିଲାମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ୟୁନିଟ୍‌-୩ସ୍ଥିତ ଗୁଜରାଟି ସମାଜ ମନ୍ଦିର ସମେତ ରାଜଧାନୀର ବିଭିନ୍ନ ସ୍ଥାନରେ ରୀତିନୀତି ସହକାରେ ମା’ଙ୍କ ପୂଜା କରାଯାଇଥିଲା। ନବରାତ୍ରି ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ ହୋଇଥିବାରୁ ସନ୍ଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ବିଭିନ୍ନ ଅନୁଷ୍ଠାନ, ଗୁଜରାଟି ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଜନତା ମଇଦାନ, କଳିଙ୍ଗ ଷ୍ଟାଡିୟମ୍‌ ନିକଟ ଲକ୍ଷ୍ମୀପୂଜା ପଡ଼ିଆ, ପ୍ରଦର୍ଶନୀ ପଡ଼ିଆ, ହୋଟେଲ ମେ’ଫେୟାର, ଏଚ୍‌ଏଚ୍‌ଆଇ ଏବଂ ପାନ୍ଥନିବାସ ଭଳି ସ୍ଥାନରେ ଏଥର ଦାଣ୍ଡିଆ ଉତ୍ସବର ଆୟୋଜନ କରାଯାଇଥିବାବେଳେ ଗୁଜରାଟୀ ସମେତ ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଦାଣ୍ଡିଆ ରାସ ପାଇଁ ସ୍ବତନ୍ତ୍ର ପୋଷାକ ଏବଂ ଦାଣ୍ଡିଆ ଷ୍ଟିକ୍‌ ମଧ୍ୟ ବିକ୍ରି କରାଯାଉଥିବାବେଳେ ଲୋକେ ଅତ୍ୟାଧୁନିକ ଏଲଇଡି ଲାଇଟ୍‌ ଓ ଲାଇଭ୍‌ ବ୍ୟାଣ୍ଡ୍‌ରେ ଦାଣ୍ଡିଆ ଖେଳିବାର ମଜା ନେଉଛନ୍ତି।
ସୁସ୍ବାଦୁ ନବରାତ୍ର ଖାଦ୍ୟ
ସୁସ୍ବାଦୁ ଖାଦ୍ୟ ବିନା ନବରାତ୍ର ଦାଣ୍ଡିଆ ମହୋତ୍ସବର ମଜା ଉଠାଇ ହେବନାହିଁ। ଦାଣ୍ଡିଆ ରାସ୍‌ ଆୟୋଜନରେ ଭଳିକି ଭଳି ଖାଦ୍ୟ ପ୍ରମୁଖ ଆକର୍ଷଣ ସାଜୁଛି। ଖାଣ୍ଟି ଗୁଜରାଟି ଖାଦ୍ୟ ସହ ପିଠା, ମିଠା ସାଙ୍ଗକୁ ବିଭିନ୍ନ ପ୍ରକାର ରୁଚିପୂର୍ଣ୍ଣ ଓଡ଼ିଆ ଖାଦ୍ୟ ଖାଦ୍ୟପ୍ରେମୀଙ୍କୁ ଉତ୍ସବସ୍ଥଳକୁ ଆକୃଷ୍ଟ କରୁଛି। ତାରକା ହୋଟେଲରେ ଆୟୋଜିତ ନବାରାତ୍ର ଉତ୍ସବରେ ସ୍ବତନ୍ତ୍ରଭାବେ ଉପଲବ୍ଧ ହେଉଥିବା ଗୁଜରାଟି ଥାଳିରେ ଏକାଧିକ ସୁସ୍ବାଦୁ ବ୍ୟଞ୍ଜନର ସମାହାର ରହୁଛି। ବିଭିନ୍ନ ପ୍ରକାରର ଖେଚୁଡ଼ି, କୋଫ୍‌ତା, ପୁରୀ ସାଙ୍ଗକୁ ଖଜୁର୍‌ ମିଲ୍କସେକ୍‌, ଗାଜରରେ ପ୍ରସ୍ତୁତ ଖିରି, ହାଲଓ୍ବା, ଶାଗୁରେ ପ୍ରସ୍ତୁତ ବରା ଇତ୍ୟାଦି ନବରାତ୍ରର ମୁଖ୍ୟ ଆକର୍ଷଣ ସାଜିଛିି। କିଛି ସ୍ଥାନରେ ବିନା ପିଆଜ, ରସୁଣରେ ପ୍ରସ୍ତୁତ ଶୁଦ୍ଧ ଶାକାହାରି ଖାଦ୍ୟ ମଧ୍ୟ ଉପଲବ୍ଧ ହେଉଛି। ଛୋଟପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri