ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ ଜଣକ ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ମୂଳବାସିନ୍ଦା ବସନ୍ତ ପ୍ରଧାନ(୫୦)। ସେ ଦୁଇ ବର୍ଷ ହେଲା ଜମୁର୍ଡା ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ। ରବିବାର ରାତିରେ ଘରଛାତ ଉପରେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଆସି ଏହି ଗୁଳିକାଣ୍ଡ ଭିଆଇଥିଲୋ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି।

Share