Categories: ଖେଳ

ଜମ୍ବୋ ପାଳିଲେ ୪୯ତମ ଜନ୍ମଦିନ

ନୂଅାଦିଲ୍ଲୀ,୧୭୧୦- ପୂର୍ବତନ ଭାରତୀୟ ଅଧତ୍ନାୟକ ଅନିଲ କୁମ୍ବଲେ ଗୁରୁବାର ୪୯ତମ ଜନ୍ମ ଦିନ ପାଳିଛନ୍ତି ଏହି ଅବସରରେ ଜମ୍ବୋ ଭାବେ ପରିଚିତ କିମ୍ବଦନ୍ତୀ ଲେଗ୍ ସ୍ପିନରକ ପ୍ରଶଂସକ, ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା ଦେଇଛନ୍ତି ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ ବୀରେନ୍ଦ୍ର ସେହ୍ବାଗ, ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର, ଭିଭିଏସ୍ ଲକ୍ଷ୍ମଣ, ହରଭଜନ ସିଂ, ମହମ୍ମଦ କୈଫଙ୍କ ଭଳି ପୂର୍ବତନ କ୍ରିକେଟର ରହିଛନ୍ତି ସେହ୍ବାଗ ନିଜର ମଜଳିଅା ଅନ୍ଦାଜରେ ଟୁଇଟ୍ କରି ଲେଖତ୍ଛନ୍ତି, କୁମ୍ବଲେ ଭାଇ ଅନ୍ୟତମ ମ୍ୟାଚ୍ ଓ୍ବିନର ଓ ଜଣେ ରୋଲ୍ ମଡେଲଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ତୁମକୁ ଦ୍ୱିତୀୟ ଶତକରୁ ବଞ୍ଚତ୍ତ କରିବା ଲାଗି କ୍ଷମା ପ୍ରାର୍ଥନା କରୁଛି କିନ୍ତୁ ମୁଁ ପ୍ରାର୍ଥନା କରୁଛି ତୁମେ ଜୀବନରେ ଶତକ କର ଅାଉ କେବଳ ୫୧ ଦରକାର ସେହିଭଳି ଗମ୍ଭୀର ଲଖତ୍ଛନ୍ତି, ସବୁଠୁ ବଡ଼ ମ୍ୟାଚ୍ ବିଜେତା କୁମ୍ବଲେଙ୍କୁ ଜନ୍ମ ଦିନର ଶୁଭେଚ୍ଛା ମୁଁ ତୁମଠୁ ବହୁତ କିଛି ଶିକ୍ଷା କରିଛି ଓ ତୁମେ ଜଣେ ଭଲ ଲିଡର କ୍ରିକେଟ ପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଧନ୍ୟବାଦ ନିକଟରେ କୁମ୍ବଲେଙ୍କୁ ଅାଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରାଯାଇଛି କ୍ରିକେଟର କ୍ୟାରିୟରରେ ୬୧୯ ଟେଷ୍ଟ ଓ ୩୩୭ ଦିନିକିଅା ଉଇକେଟ ନେଇଛନ୍ତି ୨୦୦୭ରେ ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ଏକମାତ୍ର ଶତକ କରିଥତ୍ଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ କୁମ୍ବଲେ ଗୋଟିଏ ଇନିଂସରେ ସମସ୍ତ ୧୦ ଉଇକେଟ ନେଇ ରେକର୍ଡ କରିଥତ୍ଲେ ସେ ଭାରତୀୟ ଦଳର କୋଚ୍ ଦାୟିତ୍ୱରେ ମଧ୍ୟ ଥତ୍ଲେ ତାଙ୍କ ନେତୃତ୍ୱରେ ଭାରତ ଅାଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥତ୍ଲା ୨୦୧୫ରେ ତାଙ୍କୁ ଅାଇସିସି ହଲ ଅଫ ଫେମ୍ରେ ସାମିଲ କରାଯାଇଥତ୍ଲା

Share