Categories: ଜାତୀୟ

ଜମ୍ମୁରୁ ହଟାଇ ଦିଆଗଲା ଧାରା ୧୪୪

ଶ୍ରୀନଗର,୯।୮:ଅନୁଚ୍ଛେଦ ୩୭୦ ଓ ୩୫(ଏ)କୁ ଜମ୍ମୁ-କଶ୍ମୀରରୁ ହଟାଇ ଦିଆଯିବ ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଏହି ଐତିହାସିକ ଘୋଷଣା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏବେ ସେଠାରେ ପରିସ୍ଥିତି ଶାନ୍ତ ଓ ସ୍ବାଭାବିକ ଥିବା ବେଳେ ସାଧାରଣ ଜନତା ରାସ୍ତାକୁ ବାହାରି ପାରୁଥିବାରୁ ଜମ୍ମୁରୁ ଶୁକ୍ରବାର ୧୪୪ ଧାରା ହଟାଇ ଦିଆଯାଇଛି। ଶୁକ୍ରବାର କିଛି ଶିକ୍ଷାନୁଷ୍ଠାନକୁ ମଧ୍ୟ ଖୋଲି ଦିଆଯାଇଥିବା ସୂଚନା ମିଳିଥିଲା। ଜିଲା ମାଜିଷ୍ଟ୍ରେଟ୍‌ ସୁଷମା ଚୌହାନ କହିଛନ୍ତି, ଅଗଷ୍ଟ ୧୦ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ଦିଆଯିବ।

Share