ଜମ୍ମୁରେ କଟକଣା ନ ମାନି ଉତ୍ସବ ମନାଇଲେ

ଜମ୍ମୁ ,୬ା୮(ପି.ଟି.): କେନ୍ଦ୍ର ସରକାର ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରିବା ପରେ ଜମ୍ମୁରେ ଉତ୍ସବରେ ମାହୋଲ ଦେଖିବାକୁ ମିଳିଛି। ରବିବାର ରାତିରୁ ୧୪୪ ଧାରା ଲାଗୁ ହୋଇଥିବାବେଳେ କଟକଣା ସତ୍ତ୍ୱେ ବାଜା ବଜାଇ ଲୋକମାନେ ନାଚୁଥିବା ଓ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳିଛି। ବୋହ୍‌ରି, ମୁଠି, ତ୍ରିକୁଟା ନଗର ନିଉ ପ୍ଲଟ ଆଦି ଅଞ୍ଚଳରେ ଏଭଳି ଉତ୍ସବ ମନାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଏମାନେ ପ୍ରଶଂସା କରିଥିଲେ। ଭାଜପା ପ୍ରଦେଶ ଅଧ୍ୟକ୍ଷ ରବିନ୍ଦର ରାଇନା କେନ୍ଦ୍ର ନେଇଥିବା ନିଷ୍ବତ୍ତି ଐତିହାସିକ ବୋଲି କହିଛନ୍ତି। ଜମ୍ମୁବାସୀଙ୍କ କଷ୍ଟକୁ ମୋଦି ଓ ଶାହ ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଥିବା ସେ ପ୍ରକାଶ କରିଛନ୍ତି। ସମ୍ବିଧାନର ଏହି ଧାରା ଯୋଗୁ ଦଶନ୍ଧି ଦଶନ୍ଧି ଧରି ଆମ ସମ୍ପ୍ରଦାୟକୁ ଅବହେଳା କରାଯାଉଥିଲା। ଏହାକୁ କେନ୍ଦ୍ର ହଟାଇଥିବାରୁ ଆମେ ବହୁତ ଖୁସି ବୋଲି ସାମାଜିକ କର୍ମୀ, କଲେଜ ଛାତ୍ରୀଛାତ୍ର, ଲଦାଖ ମହିଳାମାନେ କହିଛନ୍ତି।

Share