Categories: ଜାତୀୟ

ଜମ୍ମୁର ୪ ଜିଲାରେ ଆରମ୍ଭ ହେଲା ମୋବାଇଲ ସେବା

ଶ୍ରୀନଗର,୧୭।୮: ପାଖାପାଖି ୨ ସପ୍ତାହ ପରେ ଜମ୍ମୁର ୪ ଜିଲାରେ ଶନିବାର ମୋବାଇଲ ସେବା ଆରମ୍ଭ କରାଯାଇଛି। ଏଥିରେ କେବଳ ୨ଜି ମୋବାଇଲ ଓ ଇଣ୍ଟରନେଟ୍‌ ସେବା କାର୍ଯ୍ୟକାରୀ ହେବ। ସମ୍ବା, କଠୁଆ, ରିଆସି ଓ ଉଦ୍ଧମପୁର ଜିଲାରେ ଏହି ମୋବାଇଲ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ କେବଳ ଜମ୍ମୁ ଜିଲାରେ ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଏବେ ଏହାକୁ ମିଶାଇ ୫ ଜିଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି କହିଛି ସ୍ଥାନୀୟ ପ୍ରଶାସନ। ସେହିପରି କଶ୍ମୀରର ପ୍ରାୟ ୧୦୦ଟି ଟେଲିଫୋନ୍‌ ଏକ୍ସଚେଞ୍ଚ ମଧ୍ୟରୁ ୧୭ଟି ପୁନଃ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ମିଳିଛି। ଏଥିରେ ବିଶେଷ କରି ଲ୍ୟାଣ୍ଡ ଲାଇନ୍‌ ସେବା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ଆସନ୍ତା ସୋମବାର ଏଠାରେ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଖୋଲିଯିବ।

Share