Categories: ଜାତୀୟ

ଜମ୍ମୁ-କଶ୍ମୀରରୁ ଟ୍ରାନ୍ସଫର୍‌ ହେବେ ଲଦାଖ ବାସିନ୍ଦା ୩୮୦ ପୋଲିସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ୩୮୦ ପୋଲିସଙ୍କୁ ଲଦାଖକୁ ଟ୍ରାନ୍ସଫର କରାଯିବ। ସେମାନେ ଲଦାଖର ବାସିନ୍ଦା। ଲଦାଖରେ ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଭଲଭାବେ ସେମାନେ ପରିଚିତ ଥିବାରୁ ସୁରକ୍ଷା କାର୍ଯ୍ୟ ସୁଦୃଢ଼ ହୋଇପାରିବ। ସୂଚନାଯୋଗ୍ୟ, ଏନେଇ ୩୮୫ ପୋଲିସଙ୍କ ଟ୍ରାନ୍ସଫର ପାଇଁ ସୁପାରିଶ୍‌ କରାଯାଇଥିଲା। ଆଇଏଏସ୍‌ ଏବଂ ଆଇପିଏସ୍‌ କ୍ୟାଡର ନେଇ ଯେଭଳି ସମସ୍ୟା ନ ଉପୁଜିବ ସେଥିପାଇଁ ଏଭଳି କରାଯାଉଥିବା କୁହାଯାଉଛି।

Share