Categories: ଜାତୀୟ

ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା: ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ, ୫।୮: ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦିଆଯାଇଛି। ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଏଣିକି ଉଭୟ ହେଲେ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କାର୍ଯ୍ୟ କରିବେ। ଜମ୍ମୁ-କଶ୍ମୀରରେ ଦିଲ୍ଲୀ ଭଳି ବିଧାନସଭା ରହିବ। ତେବେ ଲଦାଖ ବିନା ବିଧାନସଭାରେ କାର୍ଯ୍ୟ କରିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ମଧ୍ୟ ମିଳିଥିବା କୁହାଯାଉଛି।

Share