Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଅତିରିକ୍ତ ୧୦ ହଜାର ସୁରକ୍ଷାକର୍ମୀ: ପ୍ରତି ପଞ୍ଚାୟତରେ ଅଗଷ୍ଟ ୧୫ରେ ଜାତୀୟ ପତାକା ହେବ ଉତ୍ତୋଳନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରକୁ ୧୦ ହଜାର ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯିବା ଯିବା ନେଇ ନାନା ଆଲୋଚନା ହେଉଛି। ତେବେ ଏବେ କୁହାଯାଉଛି ଯେ, କେନ୍ଦ୍ର ସରକାର ସ୍ବାଧୀନତା ଦିବସ ଅବସରରେ ରାଜ୍ୟର ପ୍ରତି ପଞ୍ଚାୟତରେ ଜାତୀୟ ପତାକା ଉତ୍ତୋଳନ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯାଉଛି। ପଞ୍ଚାୟତ ସଦସ୍ୟ ଚାହିଁଲେ ସୁରକ୍ଷାକର୍ମୀଙ୍କୁ ସେଠାରେ ମୁତୟନ କରାଯିବ। ଏହାଦ୍ୱାରା ଲୋକେ ବିନା ଭୟରେ ସ୍ବାଧୀନତା ଦିବସ ପାଳନ କରିପାରିବେ ବୋଲି କୁହାଯାଉଛି। ପ୍ରତି ପଞ୍ଚାୟତରେ ସ୍ବାଧୀନତା ଦିବସ ପାଳନ କରାଗଲେ ଆତଙ୍କବାଦୀ ସଂଗଠନଗୁଡ଼ିକର ଭୟ ସାଧାରଣ ଲୋକଙ୍କ ମନରୁ ଅପସରି ଯିବ ବୋଲି ମତ ପୋଷଣ କରାଯାଉଛି।

Share