Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ପାକିସ୍ତାନର ସହାୟତା ଲୋଡୁଛନ୍ତି ହିଜବୁଲ୍‌ ଆତଙ୍କବାଦୀ ସଲାଉଦ୍ଦିନ୍‌: ଏନ୍‌ଆଇଏ ରିପୋର୍ଟ

ନୂଆଦିଲ୍ଲୀ,୧୬।୧୧: ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସୟଦ୍‌ ସଲାଉଦ୍ଦିନ୍‌ ଯୋଜନା କରିଛନ୍ତି। ତେବେ ଏଥି ପାଇଁ ସେ ପାକିସ୍ତାନର ସହାୟତା ଲୋଡିଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସଲାଉଦ୍ଦିନ୍‌ଙ୍କର ଏକ ଭିଡ଼ିଓ ଜାରି ହୋଇଛି। ଭିଡ଼ିଓରେ ସେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ସମ୍ପର୍କରେ କହିଛନ୍ତି। ଏନେଇ ଏନ୍‌ଆଇଏ ପକ୍ଷରୁ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। କଶ୍ମୀରର ବଡ଼ଗାମ୍‌ ବାସିନ୍ଦା ସଲାଉଦ୍ଦିନ୍‌ ସ୍ଥାନୀୟ ଯୁବକଙ୍କୁ ହିଜ୍‌ବୁଲ୍‌ ସଂଗଠନରେ ସାମିଲ୍‌ କରାଇବା ଲାଗି ଉଦ୍ୟମ କରୁଥିବା ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ସଲାଉଦ୍ଦିନ୍‌ ଏନ୍‌ଆଇଏର ମୋଷ୍ଟ୍‌ ଓ୍ବାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ୨୦୧୭ ଜୁନ୍‌ରେ ଆମେରିକା ସଳାଉଦ୍ଦିନ୍‌ଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା।

Share