Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆଜି ଖୋଲିବ ସ୍କୁଲ

ଶ୍ରୀନଗର,୯।୮:ସମ୍ବିଧାନ ଅନୁଚ୍ଛେଦ ୩୭୦କୁ ବିଦାୟ ଦେଇ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶୁକ୍ରବାର ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବାକୁ ଥିବାବେଳେ ଏହାକୁ ନେଇ ଦଙ୍ଗା ହଜାର ହଜାର ସୁରକ୍ଷା ଯବାନଙ୍କୁ ଉପତ୍ୟକାରେ ମୁତୟନ କରାଯାଇଛି। ୫ ତାରିଖରୁ ସବୁଠି ଲାଗିରହିଛି ଅଘୋଷିତ କର୍ଫ୍ୟୁ। ଜମ୍ମୁ-କଶ୍ମୀରରେ ସିଆରପିସି ଧାରା ୧୪୪ ଜାରି ରହିଛି।

Share