Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ ଶିବିର ଉପରେ ଶନିବାର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି। କୋଡରା ଚକରେ ଥିବା ଟ୍ରାନ୍ସଫରମର ନିକଟରେ ଏମାନେ ଗ୍ରେନେଡ ମାଡ କରିଥିବା ସୂଚନା ମିଳିଛି। ଏହାପରେ ସେମାନେ କାଓ୍ବଡାରା ଅଞ୍ଚଳରେ ମଧ୍ୟ ଆଉ ଏକ ଗ୍ରେନେଡ ଆକ୍ରମଣ କରିଥିବା ଜଣାପଡିଛି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Share