ଶ୍ରୀନଗର,୧୦।୬: ଜମ୍ମୁ କଶ୍ମୀରରେ ଆସନ୍ତା ୧୨ ତଥା ବୁଧବାର ସହରରେ ଯାନବାହନ ଚଳାଚଳ ବନ୍ଦ ରହିବ। ବୁଧବାର ଟ୍ରାନ୍ସପୋର୍ଟ ପକ୍ଷରୁ ଷ୍ଟ୍ରାଇକ୍ କରାଯିବାରୁ ବ୍ୟବସାୟିକ ଗାଡି ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଫଳରେ ଲଖନପୁରରୁ କଶ୍ମୀର ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ଗାଡି ଚଳାଚଳ ବନ୍ଦ ରହିବ। ରବିବାର ଜେଆଣ୍ଡକେ ଟ୍ରାନ୍ସପୋର୍ଟ ଓ୍ବେଲଫେୟାର ଆସୋସିଏସନ୍ ଏନେଇ ସୂଚନା ଦେଇଛନ୍ତି। ତେବେ ଏହି ବନ୍ଦ ଯୋଗୁ ସହରକୁ ଆସୁଥିବା ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କୁହାଯାଉଛି।