ଶ୍ରୀନଗର,୨୫।୧: ଦୀର୍ଘ ୫ ମାସ ପରେ ଜମ୍ମୁ-କଶ୍ମୀରରେ ୨ଜି ମୋବାଇଲ ଇଣ୍ଟରନେଟ ସେବା କାର୍ଯ୍ୟକ୍ଷମ ହୋଇଛି। ଶନିବାରଠାରୁ କଶ୍ମୀର ଭ୍ୟାଲିରେ ଏହି ମୋବାଇଲ ସେବା କାର୍ଯ୍ୟକ୍ଷମ ହେବା ପରେ ଲୋକଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଜମ୍ମୁ-କଶ୍ମୀର ପ୍ରଶାସନର ଅନୁମତି ଅନୁଯାୟୀ, ଏଥିରେ ୩୦୧ ଓ୍ବେବସାଇଟ ବ୍ୟବହାର କରିପାରିବେ ବୋଲି ଜଣାପଡିଛି। ଏହା ଉଭୟ ପ୍ରିପେଡ ଓ ପୋଷ୍ଟପେଡ ସିମ୍ କାର୍ଡରେ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟରେ ଏଠାରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରଠାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା।