Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଖୋଲିଲା ସ୍କୁଲ, ହଜ୍‌ ଯାତ୍ରା ସାରି ଫେରୁଥିବା ଯାତ୍ରୀଙ୍କୁ ମିଳିବ ପାସ୍‌

ନୂଆଦିଲ୍ଲୀ, ୯।୮: ଜମ୍ମୁ-କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିବା ସତ୍ତ୍ୱେ ଶୁକ୍ରବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଛିି। ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ଆସନ୍ତାକାଲି ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ କହିଛନ୍ତି। ଏହି ନିର୍ଦ୍ଦେଶନାମା ଫଳରେ ଡିଭିଜନାଲ ସ୍ତରଠାରୁ ଆରମ୍ଭ କରି ଶ୍ରୀନଗରରେ ଥିବା ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ହଜ୍‌ ଯାତ୍ରା ସାରି ଫେରୁଥିବା ଯାତ୍ରୀଙ୍କୁ ପାସ୍‌ ସ୍ବତନ୍ତ୍ର ପାସ୍‌ ଯୋଗାଇଦିଆଯିବ ବୋଲି କଶ୍ମୀର ଜୋନ ଡିଭିଜନାଲ୍‌ କମିଶନର ବିଏ ଖାନ୍ନା କହିଛନ୍ତି।

Share