Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଗିରଫ ହେଲେଣି ୪ ହଜାର

ନୂଆଦିଲ୍ଲୀ,୧୯ା୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଅଗଷ୍ଟ ୫ ନିଷ୍ପତ୍ତି ପରଠୁ ଅଦ୍ୟାବଧି ୪,୦୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ମୁଖପାତ୍ର ରୋହିତ୍‌ କନ୍‌ସଲ ସୂଚନା ଦେଇଛନ୍ତି। ସେହିପରି ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଅନୂ୍ୟନ ୪ ହଜାର ଲୋକଙ୍କୁ ଗିରଫ କରାଗଲାଣି ବୋଲି ନିଜ ପରିଚୟ ଗୋପନ ସର୍ତ୍ତରେ ଜଣେ ମାଜିଷ୍ଟ୍ରେଟ୍‌ କହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କଶ୍ମୀର ବାହାରେ ରଖାଯାଇଛି। କାରଣ କଶ୍ମୀରରେ ଥିବା ଜେଲ୍‌ଗୁଡ଼ିକରେ ଧାରଣ କ୍ଷମତାରୁ ଅଧିକ କଏଦୀ ରହିଛନ୍ତି। ପ୍ରକାଶ ଯେ, ବିବାଦୀୟ ଆଇନ ପିଏସ୍‌ଏ ବଳରେ କର୍ତ୍ତୃପକ୍ଷ ଯେକୌଣସି ବ୍ୟକ୍ତିଙ୍କୁ ବିନା କୌଣସି ଅଭିଯୋଗ ଓ ଶୁଣାଣିରେ ୨ ବର୍ଷ ପର୍ଯ୍ୟନ୍ତ ଜେଲରେ ପୂରାଇ ରଖିପାରିବେ। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ସମେତ ଶତାଧିକ ରାଜନେତାଙ୍କୁ ଗୃହବନ୍ଦୀ ରଖାଯାଇଛି। ରବିବାର ଶ୍ରୀନଗରର କେତେକ ସ୍ଥାନରେ ହିଂସା ଘଟିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ପୁଣି କଟକଣା ଜାରି କରାଯାଇଛି।

Share