Categories: ଜାତୀୟ

ଜମ୍ମୁ- କଶ୍ମୀରରେ ଟ୍ରେନ୍‌ ସେବା ଆରମ୍ଭ

ଜମ୍ମୁ,୧୮।୧୧: ଶ୍ରୀନଗର-ବନିହାଲ ମଧ୍ୟରେ ପୁନର୍ବାର ଟ୍ରେନ୍‌ ସେବା ଆରମ୍ଭ କରାଯାଇଛି। ଗତ ଅଗଷ୍ଟ ମାସରୁ ଏଠାରେ ଟ୍ରେନ୍‌ ସେବା ବନ୍ଦ ଥିବା ବେଳେ ସୋମବାରଠାରୁ ଏଠାରେ ପୁଣିଥରେ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ ପରଠାରୁ ଏଠାରେ ଟ୍ରେନ୍‌ ସେବାକୁ ବନ୍ଦ କରି ଦିଆଯାଇଥିଲା। ତେବେ ବହୁ ବର୍ଷ ଧରି ୩୭୦ ଉଚ୍ଛେଦକୁ ନେଇ ଲାଗି ରହିଥିବା ବିବାଦକୁ ଲକ୍ଷ୍ୟ କରି ଟ୍ରେନ୍‌, ଇଣ୍ଟରନେଟ୍‌ ଆଦି ସେବାକୁ ବନ୍ଦ କରି ଦିଆଯାଇଥିଲା। ଅନୁଚ୍ଛେଦ ୩୭୦ ଓ ୩୫ଏ ଉଚ୍ଛେଦ ସମୟରେ ଅଶାନ୍ତ ବତାବରଣକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ।

Share