Categories: ଜାତୀୟ

ଜମ୍ମୁ-କଶ୍ମୀରରେ ମାଗଣା ଫିଲ୍ମ ଦେଖାଇବେ ସରକାର

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠିବା ପରେ ସେଠାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି କାରଣରୁ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ପ୍ରତି ଜିଲାରେ ବନ୍ଦ ଥିବା ସିନେମାଘରଗୁଡିକୁ ପୁଣିଥରେ ଖୋଲାଯିବ ସହ ଲୋକଙ୍କୁ ମାଗଣା ଫିଲ୍ମ ଦେଖାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କଶ୍ମୀର ଡିଭିଜନ କମିଶନର ବଶିର ଅହମ୍ମଦ ଖାନ୍‌ ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରତି ଜିଲାରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ। ଯେଉଁଠିକୁ ସ୍ଥାନୀୟ ଲୋକେ ଯାଇ ଫିଲ୍ମ ଦେଖାଇବେ। ଖେଳ, ସଂସ୍କୃତି, ସାହିତ୍ୟ ଏବଂ ପିଲାଙ୍କ ଉପରେ ଆଧାରିତ ଡକ୍ୟୁମେଣ୍ଟାରି ଫିଲ୍ମ ଦେଖାଯିବ।

Share