Categories: ଜାତୀୟ

ଜମ୍ମୁ-କଶ୍ମୀରରେ ନିଯୁକ୍ତି ଲାଗି ସର୍ବଭାରତୀୟ ସ୍ତରରୁ ଦରଖାସ୍ତ ଆହ୍ବାନ

ଜମ୍ମୁ,୩୧ା୧୨(ପି.ଟି.): ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସେଠାରେ ନିଯୁକ୍ତି ଲାଗି ପ୍ରଥମ ଥର ପାଇଁ ସର୍ବଭାରତୀୟ ସ୍ତରରୁ ପ୍ରାର୍ଥୀମାନଙ୍କୁ ସୁଯୋଗ ଦିଆଯାଇଛି। ଜମ୍ମୁ-କଶ୍ମୀର ହାଇକୋର୍ଟରେ ଖାଲିଥିବା ୩୩ ପଦବୀ ଲାଗି ସାରା ଦେଶରୁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଷ୍ଟେନୋଗ୍ରାଫର, ଷ୍ଟେନୋ ଟାଇପିଷ୍ଟ, କମ୍ପୋଜିଟର, ଇଲେକ୍ଟ୍ରିସିଆନ ଏବଂ ଡ୍ରାଇଭର ପଦବୀ ଲାଗି ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନପତ୍ର ଦାଖଲର ଶେଷ ତାରିଖ ଜାନୁୟାରୀ ୩୧ ରହିଛି।

Share