Categories: ଜାତୀୟ

ଜମ୍ମୁ-କଶ୍ମୀରରେ ପ୍ରବଳ ହିମସ୍ଖଳନ: ଯବାନ ନିଖୋଜ

ଶ୍ରୀନଗର,୪।୧୨: ଉତ୍ତର କଶ୍ମୀରରେ ଅନେକ ଯାଗାରେ ପ୍ରବଳ ହିମସ୍ଖଳନ ଦେଖିବାକୁ ମିଳିଛି। ଏଥିଯୋଗୁ ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି। ଯବାନ ଜଣଙ୍କ ବରଫ ଅତଡା ତଳେ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି। ତାଙ୍କୁ ଖୋଜିବା ପାଇଁ ସେନାର ଏଆରଟି ଲାଗିପଡିଛନ୍ତି। ସୂଚନାଯୋଗ୍ୟ, କଶ୍ମୀରର କୁପଓ୍ବାଡା ଏବଂ ବାନ୍ଦିପୋରା ଜିଲାରେ ହିମସ୍ଖଳନ ଘଟିଛି। ୧୮ ହଜାର ଫୁଟରୁ ଅଧିକ ଉଚ୍ଛତାରୁ ହିମସ୍ଖଳନ ହୋଇଥିବାରୁ ନିଖୋଜ ଯବାନଙ୍କୁ ଖୋଜିବା କଷ୍ଟକର ହୋଇପଡିଛି। ଗତ କିଛିଦିନ ତଳେ ସିଆଚୀନରେ ଗ୍ଲାସିୟରରେ ଘଟିଥିବା ହିମସ୍ଖଳନ ଯୋଗୁ ୨ ଯବାନ ଶହୀଦ ହୋଇଥିଲେ।

Share