Categories: ଜାତୀୟ

ଜମ୍ମୁ-କଶ୍ମୀରରେ ଫେରୁଛି ଶାନ୍ତି: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ କମିଛି ଅନୁପ୍ରବେଶ, କହିଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଧୀରେ ଧୀରେ ଶାନ୍ତି ଫେରିବା ଆରମ୍ଭ କରିଛି। ସେହିପରି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଅନୁପ୍ରବେଶ ଘଟଣା କମିଛି। ୨୦୧୮ ତୁଳନାରେ ୨୦୧୯ର ପ୍ରଥମ ୬ ମାସ ମଧ୍ୟରେ ଏଭଳି ଘଟଣା ୪୩ ପ୍ରତିଶତ କମିଛି। ଏନେଇ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଂସଦରେ ସୂଚନା ଦେଇଛନ୍ତି। ସେହିପରି ଆତଙ୍କବାଦୀ ଆକ୍ରମଣ ଘଟଣା ୨୮ ପ୍ରତିଶତ କମିଥିବା ସେ କହିଛନ୍ତି। ଜମ୍ମୁ-କଶ୍ମୀର ସ୍ଥିତିରେ ସୁଧାର ଆସିବାରୁ ଆତଙ୍କବାଦୀ ସଂଗଠନରେ ଯୁବବର୍ଗଙ୍କ ସାମିଲ୍‌ ହେବା ଘଟଣା ୪୦ ପ୍ରତିଶତ କମିଛି। ସେହିପରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ୨୨ ପ୍ରତିଶତ ବଢ଼ିଥିବା ସେ କହିଛନ୍ତି।

Share