Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଯବାନମାନେ ଅଖନୁରର ପଲ୍ଲନଓ୍ବାଲା ଅଞ୍ଚଳରେ ଏକ ଟ୍ରକ୍‌ରେ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାପରେ ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍‌ ଆରମ୍ଭ କରିଛନ୍ତି।

Share