Categories: ଜାତୀୟ

ଜମ୍ମୁ-କଶ୍ମୀରରେ ମାନବାଧିକାରର ହେଉଛି ଉଲ୍ଲଂଘନ: ମମତା ବାନାର୍ଜୀ

କୋଲକାତା,୧୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ମମତା ଟୁଇଟ୍‌ କରି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାରର ଖୋଲା ଖୋଲି ଉଲ୍ଲଂଘନ ହେଉଛି। ସୋମବାର ବିଶ୍ୱ ମାନବାଧିକାର ଦିବସରେ ମଧ୍ୟ ଜମ୍ମୁ-କଶ୍ମୀର ବାସିନ୍ଦା ମାନବାଧିକାରରୁ ବଞ୍ଚିତ। ଏହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ କହିଛନ୍ତି। ସେ ସବୁବେଳେ ମାନବାଧିକାରକୁ ଗୁରୁତ୍ୱଦେଉଥିବା କହିଛନ୍ତି।

Share