Categories: ଜାତୀୟ

ଜମ୍ମୁ-କଶ୍ମୀରରେ ମୌଳିକ ଅଧିକାରରୁ ଲୋକେ ବଞ୍ଚିତ: ବିରକ୍ତ ହୋଇ ଇସ୍ତଫା ଦେଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ତପୁରମ୍‌,୨୫।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଲୋକେ ସାମ୍ବିଧାନିକ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଜଣେ ଆଇଏଏସ୍‌ ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ୩୩ ବର୍ଷ ବୟସ୍କ ଆଇଏଏସ୍‌ ଅଫିସର କାନନ ଗୋପିନାଥ ଦାଦର ନଗର ହାବେଲିରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଥିଲେ। ସେ ଅଗଷ୍ଟ ୨୧ରେ ଇସ୍ତଫା ଦେଇଛନ୍ତି। ସେ ଗତ ୭ ବର୍ଷ ଧରି ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିଲେ। ତେବେ କାନନଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share