Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧଙ୍କୁ ଦେଖି ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨।୧୦: ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ। ବୁଧବାର ଉଧମପୁର ଅଞ୍ଚଳରେ କିଛି ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି। ଏହାପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ୍‌କୁ ଜୋରଦାର କରାଯାଇଛି। ତେବେ କେହି ସନ୍ଦିଗ୍ଧଙ୍କ ମିଳିଲେ ସଙ୍ଗେ ସଙ୍ଗେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁରକ୍ଷାକର୍ମୀଙ୍କୁ ସତର୍କ କରାଯାଇଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି ଉଧମପୁରର ରେୟାସି ରେଞ୍ଜର ଡିଆଇଜି। କିଛି ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ୨ଟି ଭିନ୍ନ ସ୍ଥାନରେ ସେନା ଓ ଆତଙ୍କବାଦୀ ମୁହଁାମୁହିଁ ହୋଇଥିଲେ। ଏହି ଏନକାଉଣ୍ଟରରେ ୬ଆତଙ୍କବାଦୀ ନିହତ ହୋଇଥିଲେ।

Share