Categories: ଜାତୀୟ

ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ; ଉପଯୁକ୍ତ ସମୟରେ ଆରମ୍ଭ ହେବ ଇଣ୍ଟରନେଟ୍‌ ସେବା: ଶାହ

ନୂଆଦିଲ୍ଲୀ,୨୦।୧୧: ସମ୍ପ୍ରତି ଜମ୍ମୁ-କଶ୍ମୀରର କୌଣସିଠାରେ କର୍ଫ୍ୟୁ ଜାରି ହୋଇନାହିଁ। ଏଠାରେ ଉପଯୁକ୍ତ ସମୟରେ ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଶାହ ଏଭଳି କହିଛନ୍ତି। ଜମ୍ମୁ-କଶ୍ମୀରରେ ସ୍ଥିତି ସାମାନ୍ୟ ରହିଛି। ଅଗଷ୍ଟ ୫ ପରଠାରୁ ପୋଲିସ ଫାୟାରିଂରେ କାହାର ମୃତ୍ୟୁ ଘଟି ନ ଥିବା ଶାହ ସୂଚନା ଦେଇଛନ୍ତି।

Share