Categories: ଜାତୀୟ

ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ପୁଲିଜର ପୁରସ୍କାର

ନୂଆଦିଲ୍ଲୀ,୬ା୫: ବିଶ୍ୱରେ ମହାମାରୀ କରୋନା ସଂକ୍ରମିତ କରିଥିବାବେଳେ ଚଳିତବର୍ଷର ପୁଲିଜର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ସୋମବାର ରାତିରେ ଅନ୍‌ଲାଇନ୍‌ରେ ଏହା ଘୋଷଣା କରାଯାଇଛି। ଫଟୋଜର୍ନାଲିଜମ୍‌ କ୍ଷେତ୍ରରେ ଜମ୍ମୁ-କଶ୍ମୀରର ୩ ଫଟୋଜର୍ନାଲିଷ୍ଟଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି। ସେମାନେ ହେଲେ ଆସୋସିଏଟେଡ୍‌ ପ୍ରେସ୍‌ (ଏପି)ରେ କାର୍ଯ୍ୟରତ ମୁଖ୍‌ତାର ଖାନ୍‌, ୟାସିନ ଦାର୍‌ ଓ ଚନ୍ନି ଆନନ୍ଦ। ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତିକୁ ଏମାନେ ଲୋକଲୋଚନକୁ ଆଣିଥିଲେ। ପୁଲିଜର ପୁରସ୍କାର ପାଇଁ ନାମ ଘୋଷଣା ପରେ ଏମାନଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲାଙ୍କ ସମେତ ଅନେକ ନେତା ପୁଲିଜର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share