Categories: ଜାତୀୟ

ଜମ୍ମୁ-କଶ୍ମୀରର ୪ ଜିଲା ଗସ୍ତ କରିବେ ଗୁଲାମ ନବୀ: ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ରିପୋର୍ଟ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀର ଗସ୍ତ ପାଇଁ ସୋମବାର କଂଗ୍ରେସ ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍‌ଙ୍କୁ ସୁପ୍ରିମ୍‌କୋର୍ଟ ପକ୍ଷରୁ ଅନୁମତି ମିଳିଛି। ତେବେ ସେ ଏଠାକାର ୪ଟି ଜିଲା ଗସ୍ତ କରିପାରିବେ। ବାରମୁଳା, ଅନନ୍ତନାଗ, ଜମ୍ମୁ ଏବଂ ଶ୍ରୀନଗର ଜିଲା ସେ ଗସ୍ତ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଗସ୍ତସାରି ଫେରିବା ପରେ ଗୁଲାମ ନବୀଙ୍କୁ ସୁପ୍ରିମ୍‌କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି।

Share