Categories: ଜାତୀୟ

ଜମ୍ମୁ-କଶ୍ମୀର ଆଇଡି ଦେଖାଇଲେ ୩୭୦ ଟଙ୍କା ରିହାତି

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଜଣାଶୁଣା ହୋଟେଲ ଆର୍ଡୋର ୨.୧ କଶ୍ମୀରୀଙ୍କ ପାଇଁ ‘ଆର୍ଟିକିଲ ୩୭୦’ ଥାଳି ବ୍ୟବସ୍ଥା କରିଛି। ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ପରିଚୟପତ୍ର ଦେଖାଇ ଉକ୍ତ ସ୍ବତନ୍ତ୍ର ଥାଳି ଖାଇଲେ ୩୭୦ ଟଙ୍କା ରିହାତି ଦିଆଯାଉଛି। ଶାକାହାରୀ ଖାଦ୍ୟର ମୂଲ୍ୟ ୨,୩୭୦ ଟଙ୍କା ଥିବାବେଳେ ନନ୍‌ଭେଜ୍‌ଙ୍କ ପାଇଁ ୨,୬୬୯ (ଅତିରିକ୍ତ ଟିକସ) ରହିଛି।

Share