Categories: ଜାତୀୟ

ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରୁଛି ପାକିସ୍ତାନ

ଶ୍ରୀନଗର,୧୪।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଜମ୍ମୁ-କଶ୍ମୀର ଉପରେ ମିଥ୍ୟା ଭିଡ଼ିଓ ଭାଇରାଲ କରାଉଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ଏଡିଜି ମୁନିର ଖାଁ ସୂଚନା ଦେଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓ ୨୦୧୦ ଏବଂ ୨୦୧୬ର ବୋଲି ସେ କହିଛନ୍ତି। ଜମ୍ମୁ-କଶ୍ମୀରର ସାମ୍ପ୍ରତିକ ସ୍ଥିତି ସହିତ ଭିଡ଼ିଓରେ କୌଣସି ସତ୍ୟାସତ୍ୟ ନାହିଁ। ଲୋକଙ୍କ ମଧ୍ୟରେ ଅଯଥା ଉତ୍ତେଜନା ସୃଷ୍ଟି ପାଇଁ ପାକିସ୍ତାନ ଏଭଳି ଷଡ଼ଯନ୍ତ୍ର ରଚିଥିବା ସେ କହିଛନ୍ତି। ତେବେ ପାକିସ୍ତାନର ଏଭଳି ଷଡ଼ଯନ୍ତ୍ରକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମୁନିର କହିଛନ୍ତି।

Share