Categories: ଜାତୀୟ

ଜମ୍ମୁ-କଶ୍ମୀର: ଗାନ୍ଧୀ ଜୟନ୍ତୀରେ କିଛି ନେତାଙ୍କ ଉପରୁ ହଟିଲା ନଜର ବନ୍ଦୀ

ଶ୍ରୀନଗର,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୁରକ୍ଷା ଦୃଷ୍ଟିରୁ କେତେକ ରାଜନେତାଙ୍କୁ ନଜର ବନ୍ଦୀ କରାଯାଇଥିଲା। ତେବେ ଏବେ କିଛି ନେତାଙ୍କ ଉପରୁ ଏହାକୁ ଉଠାଇ ନିଆଯାଇଛି।  ଡୋଗରା ସ୍ବାଭିମାନ ସଂଗଠନ ପାର୍ଟି ଅଧ୍ୟକ୍ଷ ଚୌଧୁରୀ ଲାଲ୍‌ ସିଂ ସମେତ କିଛି ବିରୋଧୀ ଦଳ ନେତାଙ୍କ ଉପରୁ ନଜର ବନ୍ଦୀ ହଟାଯାଇଛି। ନ୍ୟାସନାଲ୍‌ କନଫରେନ୍ସ, କଂଗ୍ରେସ, ପ୍ୟାନ୍ଥର୍ସ ପାର୍ଟିର ଆଦି ରାଜନୈତିକ ଦଳର କିଛି ନେତାଙ୍କୁ ମୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ନ୍ୟାସନାଲ୍‌ କନଫରେନ୍ସ୍‌ର ଦେବେନ୍ଦ୍ର ରାଣା, ଏସ୍‌.ଏସ୍‌. ସାଲାଥିୟା, କଂଗ୍ରେସର ରମଣ ଭଲ୍ଲା ଏବଂ ପ୍ୟାନ୍ଥର୍ସ ପାର୍ଟିର ହର୍ଷଦେବ ସିଂଙ୍କ ଉପରୁ ନଜର ବନ୍ଦୀ ହଟାଇ ଦିଆଯାଇଛି।

Share