Categories: ଜାତୀୟ

ଜମ୍ମୁ-କଶ୍ମୀର ଛାଡ଼ ନିର୍ଦ୍ଦେଶ: ଶ୍ରୀନଗର ବିମାନ ବନ୍ଦରରେ ଟିକେଟ ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଶ୍ରୀନଗର,୩।୮: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହିତ ଶୀଘ୍ର ଜମ୍ମୁ-କଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଠାକୁ ଆସିଥିବା ପର୍ଯ୍ୟଟକ ଫେରିବା ଟିକେଟ ପାଇଁ ଶ୍ରୀନଗର ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରା ଆଦି ବିମାନ ପରିବହନ ସଂସ୍ଥା ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଛି। ଆବଶ୍ୟକ ପଡ଼ିଲେ ଅଧିକ ବିମାନକୁ ପରିବହନ କାର୍ଯ୍ୟରେ ଲଗା ଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

Share