ହାଇଦ୍ରାବାଦ୍,୨୦।୮: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଶାନ୍ତିଦୂତ ହେବା ପାଇଁ ମୋଗଲ ବଂଶଜ ୟାକୁବ୍ ହବିବୁଦ୍ଦିନ୍ ତୁସି ଇଛା ପ୍ରକାଶ କରିଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ଅଗଷ୍ଟ ୧୦ରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ୟାକୁବ୍ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଚିଠି ଲେଖିଥିବା କହିଛନ୍ତି। ଜମ୍ମୁ-କଶ୍ମୀରରେ ବହୁ ମୋଗଲ ବଂଶଜ ରହୁଥିବା ୟାକୁବ୍ କହିଛନ୍ତି। ସେ ବହୁଥର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ସ୍ଥାନୀୟ ଲୋକେ ଶାନ୍ତିକୁ ପସନ୍ଦ କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ୟାକୁବ୍ ଶେଷ ମୋଗଲ ସମ୍ରାଟ୍ ବାହାଦୂର ଶାହ ଜାଫରଙ୍କ ବଂଶଜ ବୋଲି ନିଜକୁ ଦାବି କରନ୍ତି।