Categories: ଜାତୀୟ

ଜମ୍ମୁ-କଶ୍ମୀର: ପ୍ରିପେଡ ସିମକାର୍ଡରେ କଥା ହେବା ସହ ଦେଇ ପାରିବେ ବାର୍ତ୍ତା

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ସ୍ଥିତି ସମିକ୍ଷା କରିବା ପରେ ଏବେ ସେଠାରେ ସମସ୍ତ ସ୍ଥାନୀୟ ପ୍ରିପେଡ ସିମକାର୍ଡରେ କଲ୍‌ କରିବା ସହ ଏସ୍‌ଏମ୍‌ଏସ୍‌ ପଠାଯାଇ ପାରିବ ବୋଲି କୁହାଯାଇଛି। ଏହାସହ ସମିକ୍ଷା କରିବା ପରେ ଜମ୍ମୁ ସମ୍ଭାଲ ଓ କଶ୍ମୀରର ୧୦ ଜିଲାରେ ୨ଜି ମୋବାଇଲ ଇଣ୍ଟରନେଟ୍‌(ପୋଷ୍ଟପେଡ)ସେବା ମଧ୍ୟ ଯୋଗାଇ ଦିଆଯିବ। ଜମ୍ମୁ-କଶ୍ମୀରର ମୁଖ୍ୟ ସଚିବ ରୋହିତ କଂସଲ ଶନିବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି ବଡଗାମ, ଗଣ୍ଡେରବାଲ, ବାରମୂଳା, ଶ୍ରୀନଗର, କୁଲଗାମ, ଅନନ୍ତନାଗ, ସୋପିଆନ ଓ ପୁଲଓ୍ବାମାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ସୂଚନାଯୋଗ୍ୟ, ଗତବର୍ଷ ଜମ୍ମୁ-କମଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା।

Share