Categories: ଜାତୀୟ

ଜମ୍ମୁ-କଶ୍ମୀର ସଡକ ଦୁର୍ଘଟଣାରେ ଗଲା ୧୬ ଜୀବନ

ଶ୍ରୀନଗର,୧୨।୧୧: ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ମଧ୍ୟାହ୍ନରେ ବାଟୋଟେ-କିସ୍ତଓ୍ବାର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇରେ ଓଲଟି ପଡ଼ିଥିଲା। ଏଥିରେ ୧୬ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥାଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏନେଇ ସୂଚନା ଦେଇଛନ୍ତି ଡୋଡାର ଏସ୍‌ଏସ୍‌ପି।

Share