ଇସଲାମାବାଦ୍,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ ନେଇ ବିଭିନ୍ନ କାଣ୍ଡ ଭିଆଉଛି। ତେବେ ଏହାକୁ ନେଇ ଫ୍ରାନ୍ସ୍ ପାକିସ୍ତାନକୁ ଶାନ୍ତି ସ୍ଥିତି ସୃଷ୍ଟି ପାଇଁ ପରାମର୍ଶ ଦେଇଛି। ଫ୍ରାନ୍ସ୍ ବିଦେଶ ମନ୍ତ୍ରୀ ଜିନ୍-ୟୁଭେସ୍ ଲି ଦାରିଅନ୍ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହ ମହମ୍ମଦ୍ କ୍ୟୁରେଶୀଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହୋଇ ଏପରି କହିଥିବା କୁହାଯାଉଛି। ଅଶାନ୍ତି ସୃଷ୍ଟିକାରୀ ପଦକ୍ଷେପରୁ ଦୂରେଇ ରହିବା ପାଇଁ ଦାରିଅନ୍ କ୍ୟୁରେଶୀଙ୍କୁ କହିଛନ୍ତି।