Categories: ଜାତୀୟ

ଜମ୍ମୁ-କଶ୍ମୀର ସରପଞ୍ଚମାନଙ୍କୁ ଭେଟିଲେ ଉପରାଷ୍ଟ୍ରପତି: ପଞ୍ଚାୟତକୁ ଦିଆଯିବ ଅଧିକ କ୍ଷମତା

ନୂଆଦିଲ୍ଲୀ, ୧୧ା୯ (ପି.ଟି.): ଏଣିକି ଜମ୍ମୁ-କଶ୍ମୀରର ପଞ୍ଚାୟତଗୁଡ଼ିକୁ ଅଧିକ କ୍ରିୟାଶୀଳ କରାଯିବ। ସେଗୁଡ଼ିକର ବିକାଶ ଓ ଆର୍ଥକ କ୍ଷମତା ବୃଦ୍ଧି କରାଯିବ ବୋଲି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ କହିଛନ୍ତି। ମଙ୍ଗଳବାର ଜମ୍ମୁ-କଶ୍ମୀରରୁ ଆସିଥିବା ସରପଞ୍ଚ ଓ ପ୍ରତିନିଧୀମାନଙ୍କୁ ଭେଟି ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରବାସୀଙ୍କ ବିକାଶ ପ୍ରତି ଅଧିକ ଧ୍ୟାନ ଦେବା ଲାଗି ସେ ଲୋକପ୍ରତିନିଧୀମାନଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିଲାଗି ବହୁ ପଦକ୍ଷେପ ଗ୍ରହଣ କରୁଥିବା ସେ ପ୍ରକାଶ କରିଛନ୍ତି। ପଞ୍ଚାୟତିରାଜ ଅନୁଷ୍ଠାନକୁ ଅଧିକ ଆର୍ଥତ୍କ କ୍ଷମତା ପ୍ରଦାନ, ବିଭିନ୍ନ କର ସଂଗ୍ରହ ସହ ପ୍ରାକୃତିକ ସମ୍ପଦର ସୁବିନିଯୋଗ, ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସେ ଆଲୋଚନା କରିଥିଲେ। ୩୭୦ ଧାରା ଉଚ୍ଛେଦ ପରେ ପଞ୍ଚାୟତକୁ ସେଠାରେ ଅଧିକ ୧୦ ଗୁଣ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଥିବା ଉପରାଷ୍ଟ୍ରପତି କହିଛନ୍ତି।

Share